Featuredଜାତୀୟରାଜନୀତି

ଡିଟରଜେଣ୍ଟ ପାଉଡର୍ ବିଜ୍ଞାପନରେ ଫଟୋ ଲଗାଇ କେନ୍ଦ୍ର ସରକାରଙ୍କୁ ବିରୋଧ

ବିହାର ଏବଂ ତେଲେଙ୍ଗାନାରେ ଲାଗିଲା ମୋଦୀ ବିରୋଧୀ ପୋଷ୍ଟର । ବିହାରରେ ଆରଜେଡି ପୋଷ୍ଟର ଲଗାଇଥିବା ବେଳେ ତେଲେଙ୍ଗାନାରେ ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି ଏହି ପୋଷ୍ଟର ଲଗାଇଛି । ବିହାରରେ ଲାଗିଥିବା ପୋଷ୍ଟରେ ଲେଖା ହୋଇଛି,କେନ୍ଦ୍ର ସରକାର ସିବିଆଇ ଏବଂ ଇଡିର ଦୂରୁପଯୋଗ କରନ୍ତୁ ନାହିଁ । ଦେଶକୁ ଲୁଟ୍ କରୁଥିବା ପୁଞ୍ଜିପତିଙ୍କୁ କେବେ ତଦନ୍ତ ପାଇଁ ସିବିଆଇ ଏବଂ ଇଡିକୁ ପଠାଇବେ ସରକାର । ସିବିଆଇ ଓ ଇଡିର ରେଡକୁ ବିରୋଧ କରି ପୋଷ୍ଟରରେ ଏପରି ଲେଖା ହୋଇଛି ।

ସେହିପରି ହାଇଦ୍ରାବାଦରେ ବିଆରଏସ ପୋଷ୍ଟର ଲଗାଇଛି । ଯେଉଁଥିରେ ବାଏ ବାଏ ମୋଦୀ ଲେଖା ହୋଇଛି । ସିଆଇଏସଫ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୃହମନ୍ତ୍ରୀ ଅମିତ ଶାହ ଆସିଛନ୍ତି । ଏହି ସମୟରେ ଏକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ୱାଶିଂ ପାଉଡର ନିର୍ମା ଓ ୱେଲକମ ଟୁ ଅମିତ ଶାହ ଲେଖା ହୋଇଛି । ଏହି ପୋଷ୍ଟରରେ କିନ୍ତୁ ବିଜେପିକୁ ଆମଦାନୀ ହୋଇଥିବା ନେତାଙ୍କ ମୁହଁର ଫଟୋ ରହିଛି । ଏହି ବିଜ୍ଞାପନ ଜରିଆରେ କୁହାଯାଇଛି ଯେ ଯେଉଁମାନେ ଦଳ ବଦଳ କରି ବିଜେପିରେ ସାମିଲ ହେଉଛନ୍ତି ତାଙ୍କ ବିରୋଧରେ କୌଣସି ରେଡ କିମ୍ବା ତଦନ୍ତ ହେଉ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com