ଏସିଆ କପ୍ ଟ୍ରଫି ସମ୍ପର୍କରେ ବଡ଼ ଅପଡେଟ୍

ଭୁବନେଶ୍ୱର,ବିସିସିଆଇ ସଚିବ ଦେବଜିତ ସାଇକିଆ ଏକ ଗଣମାଧ୍ୟକୁ କହିଛନ୍ତି, “ଏକ ମାସ ପରେ ମଧ୍ୟ ଆମକୁ ଟ୍ରଫି ପ୍ରଦାନ କରାଯାଇ ନଥିବା ନେଇ ଆମେ କିଛିଟା ଅସନ୍ତୁଷ୍ଟ ଅଛୁ। ଆମେ ଏହି ମାମଲାକୁ ଅନୁସରଣ କରୁଛୁ।”ଆମେ ପ୍ରାୟ ୧୦ ଦିନ ପୂର୍ବେ ଏସିସି ସଭାପତିଙ୍କୁ ଏକ ଚିଠି ଲେଖିଥିଲୁ, କିନ୍ତୁ ତାଙ୍କ ମତରେ କୌଣସି ପରିବର୍ତ୍ତନ ହୋଇନାହିଁ। ଟ୍ରଫି ଏବେ ବି ସେମାନଙ୍କ ହେପାଜତରେ ଅଛି, କିନ୍ତୁ ଆମେ ଆଶା କରୁଛୁ ଯେ ଏହା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ମୁମ୍ବାଇରେ ଥିବା ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ଆମ ପାଖରେ ପହଞ୍ଚିବ।”
ସାଇକିଆ କହିଛନ୍ତି ଯେ ଯଦି ଟ୍ରଫି ଶୀଘ୍ର ଫେରସ୍ତ କରାନଯାଏ, ତେବେ ବିସିସିଆଇ ନଭେମ୍ବର ୪ ରୁ ଆରମ୍ଭ ହେଉଥିବା ଦୁବାଇରେ ହେବାକୁ ଥିବା ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଇବ।“ବିସିସିଆଇ ପକ୍ଷରୁ, ଆମେ ଏହି ପ୍ରସଙ୍ଗର ସମାଧାନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଏବଂ ମୁଁ ଭାରତର ଲୋକମାନଙ୍କୁ ବିଶ୍ୱାସ ଦେଇପାରେ ଯେ ଟ୍ରଫି ଭାରତକୁ ଫେରିବ, ଯଦିଓ ସମୟସୀମା ସ୍ପଷ୍ଟ ନୁହେଁ। କିନ୍ତୁ ଗୋଟିଏ ଦିନ, ଏହା ଫେରିବ,” ସାଇକିଆ କହିଛନ୍ତି।
ବିସିସିଆଇ ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ଯଦି ଟ୍ରଫି ଶୀଘ୍ର ଭାରତକୁ ଫେରା ନଯାଏ, ତେବେ ନଭେମ୍ବର ୪ରୁ ଦୁବାଇରେ ହେବାକୁ ଥିବା ଆଇସିସି ବୈଠକରେ ଏହି ପ୍ରସଙ୍ଗକୁ ଜୋରଦାର ଭାବରେ ଉଠାଇବ।
ଭାରତ ଦୁବାଇରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରି ଏସିଆ କପ୍ ଜିତିଥିଲା। କିନ୍ତୁ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ ସୂର୍ଯ୍ୟକୁମାର ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲେ।
ଯାହା ପରେ ନକଭି ଏହାକୁ ନେଇ ଷ୍ଟାଡିୟମ ଛାଡି ଚାଲିଯାଇଥିଲେ। ସେବେଠାରୁ ବିବାଦ କମିବାର କୌଣସି ନା ଗନ୍ଧ ଧରୁନାହିଁ।



