କ୍ରୀଡ଼ା

୩ୟ ଦିନିକିଆ : ଆୟର, ପନ୍ତଙ୍କ ଅର୍ଦ୍ଧଶତକ, ଭାରତ ୧୪୬/୩

ଅହମଦାବାଦ () ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ୨୯ ଓଭରରେ  ୩ ଓ୍ବିକେଟ ହରାଇ ୧୪୬ ରନ କରିଛି । ଉଭୟ ଶ୍ରେୟସ ଆୟର  ଓ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିପଦମୁକ୍ତ କରିଛନ୍ତି ।

ଇନିଂସ ଆରମ୍ଭରୁ ଭାରତ ନିୟମିତ ବ୍ୟବଧାନରେ ୩ଟି ଓ୍ବିକେଟ ହରାଇଥିଲା । ଅଧିନାୟକ ରୋହିତ ଶର୍ମା ପୁଣି ବିଫଳ ହୋଇଛନ୍ତି । ସେ ମାତ୍ର ୧୩ ରନ କରି ଅଲଜାରି ଜୋସେଫଙ୍କ ବଲରେ ଆଉଟ ହୋଇଥିଲେ । ଶିଖର ଧଓ୍ବନ ମଧ୍ୟ ୧୦ ରନ କରି ଆଉଟ ହୋଇଥିଲେ । ସେହିପରି ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ଶ୍ରେୟସ ଆୟାର ଓ ଋଷଭ ପନ୍ତ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ମଝବୁତ ସ୍ତରକୁ ନେବାକୁ ଉଦ୍ୟମ ଜାରି ରଖିଛନ୍ତି । ଆୟର ୭୪ଟି ବଲ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ଋଷଭ ପନ୍ତ୍ ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ।

ସିରିଜରେ ୨-୦ରେ ଅଗ୍ରଣୀ ଥିବା ଭାରତ ଆଜିର ମ୍ୟାଚ ଜିତିଲେ ସିରିଜକୁ ୩-୦ ରେ ପୋଛିନେବ ।

Related Articles

Back to top button
WP Twitter Auto Publish Powered By : XYZScripts.com