କ୍ରୀଡ଼ା

ହଠାତ ଆସି ବ୍ୟାଟିଂ କଲେ ରୋହିତ

 ମୁମ୍ବାଇ, ୧୮/୦୪/୨୦୨୩ –    ଚଳିତ ୨୦୨୩ ଆଇପିଏଲର ୨୨ ତମ ମ୍ୟାଚରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟରେ ମ୍ୟାଚ ଚାଲିଥିବାବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚରେ କ୍ୟାପଟେନ ଦାୟିତ୍ୱରୁ ଓହରି ଆସିଥିଲେ ରୋହିତ ଶର୍ମା । ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବ ଦଳର କ୍ୟାପଟେନ ରହିଥିଲେ ଏବଂ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟସ ସମୟରେ ସୂର୍ଯ୍ୟ କହିଥିଲେ ଯେ ଷ୍ଟୋମାକ ଇନଫେକ୍ସନ ଯୋଗୁଁ ଆଜି ରୋହିତ ଖେଳୁନାହାନ୍ତି । ଯାହା ତାଙ୍କର ଫ୍ୟାନ୍ସ ମାନଙ୍କ ପାଇଁ ଖରାପ ଖବର ଥିଲା । ସେହିପରି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ପାଇଁ ଡେବ୍ୟୁ କରୁଛନ୍ତି ବୋଲି ସୂର୍ଯ୍ୟ କହିଥିଲେ ।

ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ସେକେଣ୍ଡ ଇନିଂସରେ ରୋହିତ ବ୍ୟାଟିଂ ପାଇଁ ପଡିଆକୁ ଆସିଥିଲେ । ସାଥୀ ଖେଳାଳି ଓପନର ରିଲେ ମେରିଡିଥଙ୍କ ବଦଳରେ ଈଷାନ କିସାନଙ୍କ ସହ ସେ ବ୍ୟାଟିଂ କରି ୨୦ ରନ କରିଥିଲେ । ତେବେ ଏହି ମ୍ୟାଚରେ ମୁମ୍ବାଇ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ୫ ୱିକେଟରେ ବିଜୟୀ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com