
ଭୁବନେଶ୍ୱର ,ଘରେ ଲକ୍ଷ୍ମୀ ସେତେବେଳେ ବାସ କରନ୍ତି, ଯେତେବେଳେ ଘର ସଫାସୁତରା ରହିଥାଏ। ବାସ୍ତୁଶାସ୍ତ୍ର କେବଳ ଦିଗ ଅନୁସାରେ ଘର ନିର୍ମାଣ କରିବାକୁ ନେଇ ନୁହେଁ ବରଂ ଘର ସହିତ ଜଡିତ ପ୍ରତିଦିନ କିଛି କାମକୁ ନେଇ ମଧ୍ୟ ରହିଥାଏ।
ଘରକୁ ସଫା ରଖିବା ପାଇଁ ଝାଡୁର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳ ସମୟରେ ଝାଡୁ ଲଗାଇବା ଉଚିତ ସମୟ ହୋଇଥାଏ । ସନ୍ଧ୍ଯା ଗଡିଗଲେ କିମ୍ବା ରାତି ସମୟରେ ଘରେ ଝାଡୁ ଲଗାଇବା ମନା। ଏମିତି କଲେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ।
ଏହା ସହିତ ଘରେ ରହୁଥିବାସୁଖ, ଶାନ୍ତି, ସ୍ବାସ୍ଥ୍ଯ ସମ୍ବନ୍ଧୀୟ ସମସ୍ଯା ଅନୁଭବ ହୋଇଥାଏ। ଏହାଛଡା ରାତିରେ ଅତ୍ଯନ୍ତ ଛୋଟ ବସ୍ତୁ ଠିକ୍ ଭାବେ ନଜର ଆସିନଥାଏ। ତେଣୁ ଅଧିକ ରାତିରେ ଝାଡୁ ଲଗାଇବା ଦ୍ବାରା କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଯଦି ପଡିଥାଏ, ତେବେ ହଜିଯିବାର ସମ୍ଭାବନା ଅଧିକ ରହିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାତିରେ ଝାଡୁ କରିବା ଉଚିତ୍ ନୁହେଁ କାରଣ ଏହି ସମୟ ରାହୁ ଏବଂ କେତୁଙ୍କ ପ୍ରଭାବରେ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, କିଛି ଲୋକ ସନ୍ଧ୍ୟାରେ ଘରର ଆବର୍ଜନା ସଫା କରିବା ପାଇଁ ଘର ଝାଡୁ କରନ୍ତି। ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଉଚିତ୍ ନୁହେଁ।




