ଅନ୍ୟାନ୍ୟରାଜନୀତି

E-KYC ଅବଧି ବୃଦ୍ଧି କଲେ ସରକାର ।

 ଭୁବନେଶ୍ୱର,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡ଼ିଏସ୍‌ ହିତାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି।

E-KYC ଅବଧି ବୃଦ୍ଧି କଲେ ସରକାର । ଏବେ ଜାରି ରହିବ E-KYC ପ୍ରକ୍ରିୟା । 2025 ଡିସେମ୍ବର 31 ଯାଏଁ ଜାରି ରହିବ ପ୍ରକ୍ରିୟା । ଯେଉଁମାନେ କରାଇ ନାହାନ୍ତି ବର୍ଦ୍ଧିତ ସମୟ ଭିତରେ କରାଇବାକୁ ପରାମର୍ଶ ।ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ E-KYC କରାଇପାରିବେ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷାକୁ ବଞ୍ଚିତ କରାଯାଇନି ।

୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛିI

ଅଦ୍ୟାବଧି ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛିI କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I  ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ I

Related Articles

Back to top button