
ଭୁବନେଶ୍ୱର , ଦୁଇ ଦିନ ହେଲା ଲଗାତାର ବଜାରରେ ବୃଦ୍ଧି ପାଉଛି ସୁନା ରୁପା ଦର ।ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଉଥିଲା ସୁନା ରୁପା ଦର । ୨୨ କ୍ୟାରେଟ୍ ସୁନା ହ୍ରାସ ପାଇ ଲକ୍ଷେ ୧୦ ହଜାରକୁ ଖସିଥିଲା । ହେଲେ ଏବେ ପୁଣି ଲକ୍ଷେ ୧୫ ହଜାର ଡେଇଁଛି ସୁନା ରେଟ୍ । ରୁପା ବି ଲକ୍ଷେ ୭୦ ହଜାର ପାର୍ କରିଛି ।
ମଙ୍ଗଳବାର ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୨ ହଜାର ୨୦ ଟଙ୍କା ବଢିଥିଲା । ସୋମବାର ଏହାର ଦର ଥିଲା ୧ ଲକ୍ଷ ୨୩ ହଜାର ୮୨୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୮୫୦ ଟଙ୍କା ବଢି ୧ ଲକ୍ଷ ୧୫ ହଜାର ୩୩୦ ଟଙ୍କା ହୋଇଥିଲା । ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ପାଖାପାଖି ୪ ହଜାର ଟଙ୍କା ବଢିଥିଲା ସୁନା ଭାଉ । ସେପଟେ ରୁପା ଦର ବି ହୁ ହୁ ହୋଇ ବଢିଚାଲିଛି । ଦୁଇ ଦିନରେ କେଜି ପିଛା ୫୦୦୦ ଟଙ୍କା ହୋଇଛି ମହଙ୍ଗା । ସୋମବାର ଏକାଥରେ ୪୦୦୦ ଟଙ୍କା ବଢିଥିଲା ରୁପା । ମଙ୍ଗଳବାର ଆଉ ୧୦୦୦ ବଢିଲା । ଗତକାଲି ପୁଣିଥରେ ୩୦୦୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୭୩ ହଜାରରେ ପହଞ୍ଚିଛି ରୁପା ଦାମ୍ । ପୁଣିଥରେ ଉପରମୁହାଁ ସୁନା ରୁପା ରେଟ୍ ଗ୍ରାହକଙ୍କୁ କରିଛି ଛାନିଆ । ଲାଗୁଛି ଯେମିତି ଆଉ କେବେ ବି ଲକ୍ଷେ ତଳକୁ ଖସିବନି ସୁନା ଦର ।




