
ଭୁବନେଶ୍ୱର ,ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ।
ଗତକିଛି ଦିନହେଲା ଜାଡ଼ ଶୀତ ଅନୁଭୂତ ହେଉଥିବାରୁ, ଲୋକେ ଥରହର ହେଉଛନ୍ତି।
କୁହୁଡିରେ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାଘାଟ ଦେଖା ଯାଉନାହିଁ।ରାଜ୍ୟରେ ବଢୁଛି ଶୀତ। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜାଡ଼ ସାଙ୍ଗକୁ ଘନ କୁହୁଡିର ଆସ୍ତରଣରେ ଢାଙ୍କି ହୋଇଯାଇଛି ରାସ୍ତାଘାଟ।
ଫୁଲବାଣୀରେ ରେକର୍ଡ ହୋଇଛି ୯.୫ ଡିଗ୍ରୀ ତାପମାତ୍ରା। ଲଗାତାର ୧୫ ଡିଗ୍ରୀ ତଳେ ରହିଛି ଟୁଇନସିଟି।
କଟକରେ ୧୪.୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭୁବନେଶ୍ବର ତାପମାତ୍ରା ୧୪.୮ ଡିଗ୍ରୀ। ୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର, ୨ ସହର। ୮ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା।




