
ଭୁବନେଶ୍ୱର ,ଆଗାମୀ ଦୁଇ ରୁ ତିନି ଦିନ, ଜାରି ରହିବ ଶୀତ ଲହରି। ୧୦ ଡିଗ୍ରୀ ତଳକୁ ଖସିଛି ୪ଟି ସହରରେ ସର୍ବନିମ୍ନ ତାପମାତ୍ରା। ଥରୁଛି କନ୍ଧମାଳ ଜିଲ୍ଲା।
ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ସହର ପାଲଟିଥିଲା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି। ସେଠାରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।ବିଳମ୍ବରେ ଆସିଥିଲେ ବି ରାଜ୍ୟରେ ପ୍ରବଳ ଶୀତ ହେଲାଣି।
କୋରାପୁଟ ସେମିଳିଗୁଡ଼ାରେ ୭.୪, ଦାରିଙ୍ଗିବାଡ଼ିରେ ୮ ଓ ଫୁଲବାଣୀରେ ପାରଦ ରହିଥିଲା ୯ ଡିଗ୍ରୀ ସେଲସିୟସ।
ମୋଟ୍ ୧୩ ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା। ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ୧୩ ଡିଗ୍ରୀ ଛୁଇଁଛି ପାରଦ।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨-୩ ଦିନ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ।




