ନିର୍ବାଚନରାଜନୀତି

ମୋଦିଙ୍କ ଆବାସରେ ବଡ଼ ବୈଠକ

 ଭୁବନେଶ୍ୱର ,ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବାସରେ,ବିହାରରେ NDAର  ବିଜୟ ପରେ, ସରକାର ଗଠନ ନେଇ ବଡ଼ ବୈଠକ ବସିଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରୀୟ ନେତା ସାମିଲ  ଥିଲେ। NDAର ଅଂଶୀଦାର ଉପେନ୍ଦ୍ର କୁଶୱା, ଜୀତନ ରାମ ମାଂଝୀ ବି ଉପସ୍ଥିତ ଥିଲେ।

ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା ଅନ୍ୟପଟେ,ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର।

୧୮ ତାରିଖ ସୁଦ୍ଧା ଏନଡିଏ ବିଧାୟକ ଦଳ ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଶପଥ ନେଇପାରନ୍ତି ନୂଆ ସରକାର।

ପାଟନାର ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିପାରନ୍ତି।   କୁହାଯାଉଛି ମନ୍ତ୍ରିମଣ୍ଡଳ ରୂପରେଖ ଏକ ପ୍ରକାର ସ୍ଥିର ହୋଇ ସାରିଛି। ଆସନ୍ତା ୪୮ରୁ ୭୨ ଘଣ୍ଟା ଭିତରେ ସରକାର ରୂପରେଖ ସ୍ପଷ୍ଟ ହୋଇଯିବ।

Related Articles

Back to top button