
ଭୁବନେଶ୍ୱର ,ଜଗତସିଂହପୁର ସଦର ଥାନା ତରିକୁନ୍ଦ ଫାଣ୍ଡି ନିକଟ, ବେହେରାମପୁର ବସ୍ତିରେ ପୋଲିସ ଚଢ଼ାଉ କରି ୪ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଛି।
ଚଢ଼ାଉ ବେଳେ,ଗୋଟିଏ ବନ୍ଧୁକ ସହିତ ବହୁ ପରିମାଣର ଖଣ୍ଡା, କାତି ଏବଂ କଟୁରୀ ଜବତ କରାଯାଇଛି।
ଘଟଣା ସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ରେଡ଼ କରାଯାଇଛି।
ଦୀର୍ଘ ୪ ବର୍ଷ ହେଲା ଏଠାରେ ବେଆଇନ ଭାବରେ ଘର ନିର୍ମାଣ କରାଯାଇ ବାଂଲାଦେଶୀମାନଙ୍କୁ ଭଡାରେ ରଖାଯାଉଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।




