ଅନ୍ୟାନ୍ୟକ୍ରୀଡ଼ା

ଶୁଭମନ ଗିଲଙ୍କୁ ICUରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ୱର,ଟିମ୍ ଇଣ୍ଡିଆ କ୍ୟାପଟେନ୍ ଙ୍କ ବେକରେ ଲାଗିଛି, ଗୁରୁତର ଆଘାତ। ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍ । ସିଡନୀରେ ଆଘାତ ପାଇଥିବା ଶ୍ରେୟସ ଆୟର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ ଏବେ ଭାରତୀୟ ଟେଷ୍ଟ ଏବଂ ODI ଅଧିନାୟକ ଶୁଭମନ ଗିଲଙ୍କୁ, ICUରେ ଭର୍ତ୍ତି କରାଯାଇଛି।

କୋଲକାତାରେ ଚାଲିଥିବା ଇଣ୍ଡିଆ vs ସାଉଥଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସାଇମନ ହାର୍ମରଙ୍କ ବଲରେ ସ୍ଲଗ୍ ସ୍ୱିପ୍ ଚେଷ୍ଟା କରିବା ସମୟରେ 26 ବର୍ଷୀୟ ଗିଲଙ୍କ ବେକରେ ଆଘାତ ଲାଗିଥିଲା।

ଗିଲଙ୍କୁ ଏବେ ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ, ଆଡମିଟ୍ କରାଯାଇଛି। ଯେଉଁଠାରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।

ସ୍କାନ ଏବଂ MRI ପରୀକ୍ଷା ମଧ୍ୟ ସମାପ୍ତ ହୋଇଛି। ଭାରତୀୟ ଅଧିନାୟକ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହି କାରଣରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ICUରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସକାରାତ୍ମକ ପ୍ରଭାବ ଦେଖାଦେଇଛି।

Related Articles

Back to top button