ମଜବୁତ ହେଉଛି ଭାରତ ଓ ରୁଷିଆ ବନ୍ଧୁତା

ଭୁବନେଶ୍ୱର, ବୈଦେଶିକ ମନ୍ତ୍ରୀ ଏସ.ଜୈ ଶଙ୍କର ରୁଷିଆ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଡମିର ପୁଟିନଙ୍କୁ ଗତକାଲି ଭେଟିଥିଲେ। ସେ ପୁଟିନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ। ଏହି ସାକ୍ଷାତ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ହୋଇଛି।ବୈଠକ ପରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଲେଖିଛନ୍ତି କି ଆଜି ମସ୍କୋରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ସମ୍ମାନିତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ, ତାଙ୍କୁ ଶୁଭେଚ୍ଛା ଜଣାଇଲି।ଜୟଶଙ୍କର କହିଛନ୍ତି, “ଆମେ କେବେ ଭୁଲିବା ଉଚିତ୍ ନୁହେଁ ଯେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦର ତିନୋଟି ଦୁଷ୍ଟତା ବିରୁଦ୍ଧରେ ଲଢ଼ିବା ପାଇଁ SCO ପ୍ରତିଷ୍ଠିତ ହୋଇଥିଲା। ଏହି ବିପଦଗୁଡ଼ିକ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆହୁରି ଗମ୍ଭୀର ହୋଇଛି।
ବିଶ୍ୱକୁ ସମସ୍ତ ପ୍ରକାରର ଆତଙ୍କବାଦ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରିବାକୁ ପଡିବ।” ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଭାରତକୁ ଏହାର ନାଗରିକମାନଙ୍କୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଯେକୌଣସି ମୂଲ୍ୟରେ ଏହା କରିବ।ସେ ସଂଗଠନର ମୂଳ ନୀତିଗୁଡ଼ିକୁ ବଜାୟ ରଖିବାକୁ SCOକୁ ଅପିଲ କରିଥିଲେ ଏବଂ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। SCO ର ସରକାର ମୁଖ୍ୟ ପରିଷଦର 24ତମ ବୈଠକ ନଭେମ୍ବର 17 ଏବଂ 18 ତାରିଖରେ ମସ୍କୋରେ ଅନୁଷ୍ଠିତ ହୋଇଥିଲା।




