
ଭୁବନେଶ୍ୱର ,ତାରାପ୍ରସାଦ ବାହିନୀପତି ୨୦୦୦ ମସିହାରେ ପ୍ରଥମ ଥର ପାଇଁ କୋରାପୁଟରୁ ନିର୍ବାଚନ ଲଢ଼ିଥିବା ବେଳେ ରବି ନାରାୟଣ ନନ୍ଦ ୨୦୦୦ ମସିହାରେ ଜୟପୁରରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ।
ଉଭୟ ୨୦୦୯ ପର୍ଯ୍ୟନ୍ତ ଜୟପୁର ଓ କୋରାପୁଟ ବିଧାୟକ ଥିଲେ। କିନ୍ତୁ ୨୦୦୯ କରିଦେଲା ସବୁକିଛି ଓଲଟ ପାଲଟ।
ବର୍ତ୍ତମାନ ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଗୁରୁତର ଅସୁସ୍ଥ ଅଛନ୍ତି।
ତାଙ୍କର ଏଭଳି ଅବସ୍ଥାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ତାଙ୍କ କୋରାପୁଟ ସ୍ଥିତ ବାସଭବନରେ ଭେଟିଛନ୍ତି।
ରବି ନାରାୟଣ ନନ୍ଦ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ତଥାପି ଏ ସମୟରେ ସେ ତାଙ୍କୁ ଭେଟି ନିଜର ପୁରୁଣା ସମ୍ପର୍କକୁ ମନେ ପକାଇଛନ୍ତି। ଦୁଇ ବନ୍ଧୁ ହୋଇଗଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ।



