
ଭୁବନେଶ୍ୱର , ବିଧାନସଭାର ଶୀତ ଅଧିବେଶନ ଆସନ୍ତା କାଲିଠାରୁ ଆରମ୍ଭ ହେବ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ, ଏହି ବୈଠକ ବସିବ।
ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବାକୁ ଥିବା ବେଳେ ଚଳିତ ଥର ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ଯିବେ ଗଭର୍ଣ୍ଣର ହାଉସ। ସେଠାରେ କିଛି ସମୟ ବିଶ୍ରାମ ପରେ ୪ଟା ୨୦ରେ ବିଧାନ ସଭାକୁ ଆସିବେ।
ଠିକ୍ ସାଢ଼େ ୪ଟାରେ ଗୃହରେ ଉଦବୋଧନ ଦେବେ ରାଷ୍ଟ୍ରପତି।ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ।




