ଓଡ଼ିଶା

କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି

କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍ କହିଛନ୍ତି ଯେ, ବାଲିଯାତ୍ରା ପାଇଁ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

ସ୍ଥାୟୀ କାମ ନକରି ଅସ୍ଥାୟୀ କାମ କରି ଅର୍ଥଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ବାଲିଯାତ୍ରାର ପ୍ରମୁଖ ଗେଟ ଦୁଇଟି ପାଇଁ ୩୬ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । ହେଲେ ଟେଣ୍ଟମାଲିକଙ୍କୁ ମାତ୍ର ୨ଟି ଗେଟ ପାଇଁ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମୋକିମ୍ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com