
ଭୁବନେଶ୍ୱର ,ବଜାରରେ କ୍ଷୀରର ଅପମିଶ୍ରଣ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।କ୍ଷୀର ବଢାଇବାକୁ ଗାଈଙ୍କ ଦେହରେ ଦିଆଯାଉଛି ଷ୍ଟେରଏଡ ଇଞ୍ଜେକ୍ସନ। ଆଉ କିଛି ଚାଷୀ ଟାବଲେଟ ଦିଅନ୍ତି।
ବଜାରରେ ମିଳୁଥିବା ଶସ୍ତା ଷ୍ଟେରଏଡ ଟାବଲେଟ ଦେଇ, ଗାଈଙ୍କ କ୍ଷୀର ଦେବାର କ୍ଷମତାକୁ ବଢାଇ ଦିଅନ୍ତି। ଦୁହିଁବାର କିଛି ସମୟ ପୂର୍ବରୁ ଏହାକୁ ଦେଲେ ଗାଈଙ୍କର କ୍ଷୀର ଦେବା କ୍ଷମତା ବଢିଯାଏ।
ଏପରିକି କ୍ଷୀର ବିକ୍ରି ସମୟରେ ଚିନି ଓ ଲୁଣ ମିଶା ଯାଉଛି। ଯାହାଦ୍ବାରା ଅଧିକ ପଏଣ୍ଟ ଉଠୁଛି ଆଉ ଟଙ୍କା ବି ବେଶୀ ମିଳୁଛି।
ଶେଷରେ ଦୁଗ୍ଧ କମ୍ପାନୀଙ୍କ ପାଖକୁ ଆସିଲା ପରେ ସେଥିରେ ସିନ୍ଥେଟିକ ପାଉଡର ମିଶା ଯାଉଛି। ଏଥିସହ ଆହୁରି ଅନେକ କିଛି କେମିକାଲ ବି ମିଶାଇ ପ୍ୟାକେଜିଂ କରାଯାଉଛି ।
କ୍ଷୀର ଦୁହିଁବା ପୂର୍ବରୁ ଆରମ୍ଭ କରି, ହାତକୁ ଆସିବା ପର୍ଯ୍ୟନ୍ତ, କମ୍ପାନୀକୁ ବିକ୍ରିଠାରୁ ଆରମ୍ଭ କରି ପ୍ୟାକେଜିଂ ଯାଏ ସବୁ ସ୍ତରରେ ହେଉଛି ଅପମିଶ୍ରଣ।




