
ଭୁବନେଶ୍ୱର,୨୦୨୧ ରୁ ୨୦୨୪-୨୫ ଭିତରେ ନକଲି ଓ କମ୍ ଗୁଣବତ୍ତା ସମ୍ପନ୍ନ ମେଡିସିନ୍ ସମ୍ପର୍କରେ ଏହି ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରାକର। ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର ସାମ୍ନାକୁ ଆସିଛି ।
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୨୦୨୧ରେ ୭୯ଟି, ୨୦୨୨ରେ ୬୪, ୨୦୨୩ରେ ୧୪ ଏବଂ ୨୦୨୪ରେ ୧୧ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢିଛି।
ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ। ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ଆଉ ୩୮୮ଟି ନିମ୍ନ ମାନର ଔଷଧ।




