ଅନ୍ୟାନ୍ୟସ୍ୱାସ୍ଥ୍ୟ

ବ୍ଲାକ୍ କଫି ଶରୀର ପାଇଁ ଅଧିକ ଲାଭକାରୀ ।

ଭୁବନେଶ୍ୱର,ଅନେକ ଲୋକ ଚା’ କିମ୍ବା କଫି ସହିତ ସେମାନଙ୍କ ସକାଳର ଆରମ୍ଭ କରିଥାନ୍ତି । ଚା’ ହେଉ ଅବା କଫି, ପିଇଦେବା ମାତ୍ରେ ରିଲାକ୍ସ ଏବଂ ଫ୍ରେସ୍ ଅନୁଭବ ହୋଇଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ କଫି ଅପେକ୍ଷା ବ୍ଲାକ୍ କଫି ଶରୀର ପାଇଁ ଅଧିକ ଲାଭକାରୀ ।

ଯଦି କଫି ସୀମିତ ପରିମାଣରେ ଏବଂ ସଠିକ୍ ଉପାୟରେ ପିଇଥାନ୍ତି, ତେବେ ଏହା ଶରୀରକୁ ଅନେକ ଲାଭ ପ୍ରଦାନ କରେ । Black coffee  ଏକ ଉତ୍କୃଷ୍ଟ ପାନୀୟ ଭାବରେ ବିବେଚନା କରାଯାଏ ।

ଏଥି ସହ ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ ଏବଂ ମେଟାବୋଲିଜିମ୍ ତ୍ୱରାନ୍ୱିତ କରେ । ବ୍ଲାକ୍ କଫି ମଧ୍ୟ ପାଚନ ଶକ୍ତି ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୁଏ । ଓଜନ ହ୍ରାସ କରିବା ପାଇଁ ଲୋକମାନେ ବ୍ଲାକ୍ କଫି ମଧ୍ୟ ପିଅନ୍ତି ।

ଆଜିକାଲି ଲୋକଙ୍କ ମଧ୍ୟରେ ବ୍ଲାକ୍ କଫି ପିଇବାର ଅଭ୍ୟାସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

Related Articles

Back to top button