ଅନ୍ୟାନ୍ୟ

ଅଧାରେ ରହିଗଲା ଜଗା ଦର୍ଶନ , ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ଖୋର୍ଦ୍ଧା: ଅଧାରେ ରହିଗଲା ଜଗା ଦର୍ଶନ । ଜଗାକୁ ଦର୍ଶନ କରିବାକୁ ସୂଦୁର ଆନ୍ଧ୍ର ପ୍ରଦେଶରୁ ପୁରୀ ଆସୁଥିଲେ  । ୧୬ ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ସୁନେଈ ରୁପେଇ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଟ୍ରକକୁ ପଛରୁ ପିଟିଛି କାର। କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । କାରଟି ବାଲୁଗାଁ ପଟୁ ଭୁବନେଶ୍ଵର ପଟକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି  । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଆନ୍ଧ୍ରପ୍ରଦେଶରୁ ପୁରୀ ଯାଉଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com