ବାଣିଜ୍ୟରାଜନୀତି

ଜର୍ଦ୍ଦା, ପାନ ମସଲା ଉପରେ ଲାଗୁ ହେବ ନୂତନ ଶୁଳ୍କ

ଭୁବନେଶ୍ୱର,ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବୁଧବାର ଲୋକସଭାରେ ସେଣ୍ଟ୍ରା ଏକ୍ସସାଇଜ 2025 ବିଲ ପାରିତ ହୋଇଛି । ଏହି ବିଲ୍ ସିଗାରେଟ୍, ତମାଖୁ, ହୁକା ଏବଂ ଜର୍ଦ୍ଦା ଉପରେ ଅଧିକ ଉତ୍ପାଦ ଶୁଳ୍କ ଲଗାଇବାର, ଯୋଜନା ରହିଛି।  GST କ୍ଷତିପୂରଣ କମ୍ପେସେଶନ ସେସ ଶେଷ ହେବା ପରେ, ତମାଖୁ ଉତ୍ପାଦ ଉପରେ ଟିକସ ବଜାୟ ରଖିବା ପାଇଁ ଏହି ବିଲ୍ ଆଗତ କରାଯାଇଛି। ସରକାର ଏହି ଉତ୍ପାଦଗୁଡ଼ିକ ଉପରେ, ଟିକସ ହ୍ରାସ କରିବାକୁ ଚାହୁଁନାହାଁନ୍ତି। ତେଣୁ, ସରକାର ସିଗାରେଟ୍, ତମାଖୁ, ହୁକା ଏବଂ ଜର୍ଦ୍ଦା ଭଳି ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରିବା ଏବଂ ଲୋକଙ୍କୁ ଏହି ଖରାପ ଅଭ୍ୟାସ ଛାଡ଼ିବା ପାଇଁ ଉତ୍ସାହିତ କରିବା ପାଇଁ ଏକ ନୂତନ ବିଲ୍ ମାଧ୍ୟମରେ ,ଉତ୍ପାଦ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି।ବର୍ତ୍ତମାନ ସେସ୍ ଶେଷ ହେବାକୁ ଯାଉଛି, ଏହି ବିଲ୍ ଏକ ଉତ୍ପାଦ ଶୁଳ୍କ ଲାଗୁ କରିବା ପାଇଁ ଆଗତ କରାଯାଇଛି। ଏହା ସରକାରଙ୍କ ପାଇଁ ଅଧିକ ରାଜସ୍ୱ ସୃଷ୍ଟି କରିବ, ଯାହା ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଇପାରିବ।GST ପ୍ରଚଳନ ପରେ, ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ପାଇଁ ତମାଖୁ ଉପରେ ଏକ ଅସ୍ଥାୟୀ ସେସ୍ ଲାଗୁ କରାଯାଇଥିଲା। ବର୍ତ୍ତମାନ, ତମାଖୁ ଉପରେ 28 ପ୍ରତିଶତ GST ଏବଂ ବିଭିନ୍ନ କର ଉପରେ ସେସ୍ ଲାଗୁ ହେଉଛି।

Related Articles

Back to top button