ଅନ୍ତର୍ଜାତୀୟରାଜନୀତି
ଭାରତ ଆସୁଛନ୍ତି ରୁଷ୍ ରାଷ୍ଟ୍ରପତି

ଭୁବନେଶ୍ୱର,ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ରୁଷ ରାଷ୍ଟ୍ରପତି।
ଭାରତ ଆସୁଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।
ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ଦିଲ୍ଲୀରେ ପହଞ୍ଚିବେ।
ଆଜି ଓ ଆସନ୍ତାକାଲି ଦୁଇ ଦିନ ସେ ଭାରତରେ ରହିବେ।
ପୁଟିନ ଭାରତ ଏବଂ ଋଷିଆ ମଧ୍ୟରେ ଆୟୋଜିତ ୨୩ତମ ଦ୍ୱିପାକ୍ଷିକ ସମ୍ନିଳନୀରେ ଯୋଗ ଦେବାକୁ ଆସୁଛନ୍ତି।
ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ସୂଚନା ମିଳିଛି।
ତେବେ ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତକୁ ମିଳିଛି ବଡ ଫାଇଦା।
ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ ଚୁକ୍ତିକୁ ଆଗକୁ ବଢ଼ାଇଛି ମସ୍କୋ।




