
ଭୁବନେଶ୍ୱର ,ଟିଟିଲାଗଡ଼ରେ ଗତକାଲି ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହ୍ୟୁମାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଯୋଗ ଦୋହରାଇଲେ, ମାଆ ଶେଫାଳି ସୁନା। ବଢିଲା ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ସହିତ ସଂପୃକ୍ତ ଗାୟିକାଙ୍କ ଅଡ଼ୁଆ । ପୁଅ ବିଚ୍ଛେଦରୁ ମୁକୁଳି ପାରିନଥିବାରୁ ଥାନାରେ ଏତଲା ଦେଇ ନାହିଁ। FIR ଦେବି ନା ନାହିଁ ଏଯାଏଁ ଭାବିପାରିନି। ଶେଫାଳିଙ୍କ କଥାକୁ ଶତପ୍ରତିଶତ ସତ ବୋଲି କହିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା । ସେ କହିଛନ୍ତି, ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତ ପ୍ରତିଶତ ଏକମତ । ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ ।ହ୍ୟୁମାନଙ୍କ ମାଆ ଓ ସ୍ତ୍ରୀଙ୍କ ବୟାନ ପରେ ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ଅଡ଼ୁଆ ଆହୁରି ବଢିଛି । ପୂର୍ବରୁ ଉଭୟଙ୍କ ନାଁରେ ଫ୍ୟାନ ମାନେ ବିଭିନ୍ନ ଥାନାରେ ଏକାଧିକ ଏତଲା କରିଥିଲେ।
ଟିଟିଲାଗଡ଼ରେ ଗତକାଲି ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।




