ଜାତୀୟମନୋରଞ୍ଜନ

‘ଦ କାଶ୍ମୀର ଫାଇଲ୍ସ’ ପୂର୍ବରୁ ଏହି ଫିଲ୍ମ ଗୁଡ଼ିକରେ ଦେଖାଯାଇଛି କାଶ୍ମୀରୀ ମାନଙ୍କ ହୃଦୟଥରା କାହାଣୀ

ନୂଆଦିଲ୍ଲୀ : କାଶ୍ମୀର ବିଦ୍ରୋହ ସମୟରେ କାଶ୍ମୀରୀ ପଣ୍ଡିତଙ୍କ ପଳାୟନର ଚିତ୍ରଣ କରାଯାଇଥିଲା ଫିଲ୍ତମ ଦ କାଶ୍ମୀର ଫାଇଲ୍ସ ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମଟି ଖୁବ୍ ହୃଦୟସ୍ପର୍ଶୀ ହୋଇଛି । ଏହି ଫିଲ୍ମ ଆଜି ଅର୍ଥାତ୍ ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଯାଇଛି । ଦ କାଶ୍ମୀର ଫାଇଲ୍ସକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି ମଧ୍ୟ । ମିଥୁନ ଚକ୍ରବର୍ତ୍ତୀ ଓ ଅନୁପମ୍ ଖେର୍ ଙ୍କ ଅଭିନୀତ ହିନ୍ଦୀ ଡ୍ରାମା ଫିଲ୍ମରେ କାଶ୍ମୀରୀ ପଣ୍ଡିତଙ୍କ କଷ୍ଟ ଓ ବେଦନା ସମ୍ପର୍କରେ ଦର୍ଶା ଯାଇଛି ।
ତେବେ ଆପଣ ବୋଧହୁଏ ଜାଣିନଥିବେ ଯେ, ଏହି ଫିଲ୍ମରେ ହିଁ କେବଳ ନୂହେଁ ବରଂ ପୂର୍ବରୁ ବି ଅନେକ ଫିଲ୍ମଏପରି ରହିଛି ଯାହା କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ଓ ପଳାୟନର ଦୃଶ୍ୟକୁ ଦର୍ଶାଯାଇଛି । ବଲିଉଡ୍ ରେ ଏପରି ଅନେକ ଫିଲ୍ମ ପରଦାକୁ ଆସିସାରିଛି । ତାହେଲେ ଚାଲନ୍ତୁ ଜାଣିବା କଣ ସେସବୁ ଫିଲ୍ମ ।

ମିଶନ୍ କାଶ୍ମୀର:

ବିଧୁ ବିନୋନ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମରେ କାଶ୍ମୀରରେ ବଢ଼ୁଥିବା ଆତଙ୍କବାଦର ପ୍ରସଙ୍ଗ ଉଠାଯାଇଥିଲା । ସଂଜୟ ଦତ୍ତ ଏଥିରେ ଆର୍ମି ଅଫିସର୍ ଭୂମିକାରେ ନଜର ଆସିଥିଲେ । ସେହିପରି ହ୍ରିତିକ୍ ରୋଶନ ଜଣେ କାଶ୍ମୀରୀ ଯୁବକ ଭୂମିକାରେ ନଜର ଆସିଥିଲେ । ଦର୍ଶକ ମାନେ ଏହାକୁ ନେଟଫ୍ଲିକ୍ସରେ ଦେଖିପାରିବେ ।

ଶିକାରା;

ଶିକାରା ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ ନରସଂହାର କାହାଣୀ ଦେଖାଯାଇଥିଲା । ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ଫିଲ୍ମରେ କପଲ୍ ଙ୍କର ପ୍ରେମ କାହାଣୀ ଓ ତା ସହିତ ଦମ୍ପତିଙ୍କ ପରବର୍ତ୍ତୀ କଷ୍ଟଦାୟକ ସ୍ଥିତିକୁ ଚିତ୍ରଣ କରାଯାଇଥିଲା । ଫଳରେ ଏହି ଫିଲ୍ମକୁ ଅନେକ ବିବାଦ ଦେଇ ଗତି କରିବାକୁ ପଡ଼ିଥିଲା । ଏହାକୁ ଆପଣ ମାନେ ଆମାଜନ୍ ପ୍ରାଇମ୍ ରେ ଦେଖିପାରିବେ ।

ୟହାଁ:

ଫିଲ୍ମ “ୟହାଁ” ରେ ଆତଙ୍କବାଦ ଓ ଆର୍ମି ଅଫିସର୍ ଙ୍କ ମଧ୍ୟରେ ସଂଘର୍ଷକୁ ଦେଖାଯାଇଛି । ଏହାକୁ ଆପଣ ୟୁଟ୍ୟୁବ୍ ରେ ଦେଖିପାରିବେ । ଶୁଚିତ୍ ସରକାରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଜିମ୍ମି ଶେରଗିଲ, ମିନିଷା ଲାମ୍ବା, ୟଣପାଲ ଶର୍ମା ମୁଖ୍ୟ ଭୂମିକାରେ ରହିଛନ୍ତି ।

ତହାନ୍:

ଫିଲ୍ମ ତହାନ୍ ରେ ବି ଆପଣ ମାନେ କାଶ୍ମୀରରେ ବ୍ୟାପିଥିବା ଆତଙ୍କବାଦର କାହାଣୀ ସମ୍ପର୍କରେ ଦେଖାଯାଇଛି । ଏହାକୁ ଆପଣ ମାନେ ଆମାଜନ୍ ପ୍ରାଇମ୍ ରେ ଦେଖିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com