Breaking NewsFeaturedଜାତୀୟରାଜନୀତି

ନୀତୀଶଙ୍କ ବିରୋଧରେ ପୋଷ୍ଟର୍‌: The unstable prime ministerial candidate

ସେପଟେ ଚାଲିଛି ବିରୋଧୀ ମହାମେଣ୍ଟର ରଣନୀତି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ମୋଦିଙ୍କୁ ହଟାଇବା ପାଇଁ ବିରୋଧୀମାନେ ଏକତ୍ର ସାମିଲ ହୋଇଛନ୍ତି । ପାଟନାରେ ପ୍ରଥମ ବୈଠକ ପରେ ଏବେ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ନୀତୀଶଙ୍କ ବିରୋଧୀମାନେ ବେଙ୍ଗାଲୁରୁର ଚାଲୁକ୍ୟ ସର୍କଲ, ୱିଣ୍ଡସର୍ ମନୋର୍ ବ୍ରିଜ୍ ଓ ହେବାଲ ଏୟାର ପୋର୍ଟ ଛକ ନିକଟରେ ପୋଷ୍ଟର ଲଗାଇôଲେ । ଯେଉଁଥିରେ ନୀତୀଶଙ୍କ ଫଟୋ ସହ “The unstable prime ministerial candidate” ବୋଲି ଲେଖା ହୋଇଥିଲା । ଯାହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ପାଇଁ ଆଶାୟୀ ଥିବା ଜଣେ ଅସ୍ଥିର ପ୍ରାର୍ଥୀ । ତେବେ ପୁଲିସ୍‌ ଏହି ସବୁ ପୋଷ୍ଟର ଗୁଡ଼ିକୁ ହଟାଇ ଦେଇଛି ।

୨୦୨୪ ନିର୍ବାଚନରେ ମୋଦିଙ୍କୁ ହଟାଇବା ପାଇଁ ୨୬ଟି ବିଜେପି ବିରୋଧୀ ଦଳ ଏକାଠି ହୋଇଛନ୍ତି । ତେବେ ସେମାନଙ୍କର ପ୍ରଥମ ବୈଠକ ପାଟନାରେ ହୋଇଥିବାବେଳେ ଜୁଲାଇ ୧୭ରୁ ଦ୍ୱିତୀୟ ଥର ପାଇଁ ୨ ଦିନିଆ ବୈଠକ ଜାରି ରହିଛି । ୧୮ ତାରିଖ ଦ୍ୱିତୀୟ ବା ବୈଠକର ଶେଷ ଦିନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ । ରିପୋର୍ଟ ଅନୁଯାୟୀ ବିରୋଧୀ ଦଳ ବିଚାର ବିମର୍ଷ ସମୟରେ ସେମାନଙ୍କ ମିଳିତ ମଞ୍ଚର ନାମ ଚୟନ କରି ଚୂଡ଼ାନ୍ତ ଘୋଷଣା କରିବେ ଏବଂ ଗୋଷ୍ଠୀ କାର୍ଯ୍ୟ ପାଇଁ ଏକ କମିଟି ଘୋଷଣା କରିବେ । ଏଥି ସହିତ ସେମାନେ ଦୁଇଟି ଉପ କମିଟି ମଧ୍ୟ ଘୋଷଣା କରିବେ ଯେଉଁଥବରେ ଗୋଟିଏ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପାଇଁ ଯୋଗାଯୋଗ କରିବେ ଏବଂ ଅନ୍ୟଟି ବିରୋଧୀଙ୍କ ଇଭେଣ୍ଟ , ସମାବେଶ ଏବଂ ସମ୍ମିଳନୀର ମିଳିତ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ହେବ ।

ବୈଠକରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ତାଙ୍କ ଝିଅ ତଥା ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ , କଂଗ୍ରେସ ନେତା ସୋନିଆ ଗାନ୍ଧୀ , ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ଏମ୍ .କେଷ୍ଟାଲିନ୍‌, ନିତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ହେମନ୍ତ ସୋରେନ୍‌, ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଜସ୍ୱୀ ଯାଦବ, ଅଖିଲେଶ ଯାଦବ, ଉଦ୍ଧବ ଠାକ୍‌ରେ, ଫାରୁକ୍ ଅବଦୁଲ୍ଲା, ମେହେବୁବା ମୁଫତି, ସୀତାରାମ ୟେଚୁରୀ, ଡି. ରାଜା, ଜୟନ୍ତ ଚୌଧୁରୀ ଏବଂ ଏମ୍‌ଡିଏମ୍‌କେ ସାଂସଦ ଭାଇକୋ ଆଦି ଯୋଗ ଦେଇଛନ୍ତି । ଗତକାଲି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ କହିଥିଲେ ଯେ ସେମାନଙ୍କର ବୈଠକ ଭାରତୀୟ ରାଜନୀତିର ପାଣିପାଗ ବଦଳାଇଦେବ । ଯାହା ଭାରତୀୟ ରାଜନୀତିରେ ଗେମ୍ ଚେଞ୍ଜର ହେବାକୁ ଯାଉଛି ବୋଲି କହିଥିଲେ । ତେବେ ବିରୋଧୀ ମହାମେଂଟରେ ଯୋଗ ଦେଇଥିବା ବିଜେପି ବିରୋଧୀ ଦଳଗୁଡ଼ିକର ମୋଟ ଶକ୍ତି ବା ଲୋକସଭାରେ ଆସନ ସଂଖ୍ୟ ୧୫୦ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିରୋଧୀଙ୍କ ବୈଠକକୁ ତାଳ ଦେଇ ଦିଲ୍ଲୀରେ ଏନଡିଏର ମାନସ ମନ୍ଥନ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ମୋଦି-ଶାହଙ୍କ ରଣନୀତି ଅନୁସାରେ ଏବଂ ସେମାନଙ୍କୁ ଭରସା କରି ଅନେକ ଦଳ ମଧ୍ୟ ଏନଡିଏରେ ସାମିଲ୍ ହେଉଛନ୍ତି । ତେଣୁ ବିରୋଧୀଙ୍କ ନୂଆ ମେଂଟ ଓ ସରକାରରେ ରହିଥିବା ଏନଡିଏ ମଧ୍ୟରୁ କିଏ ବାଜିମାରିବ ୨୦୨୪ ନିର୍ବାଚନ ତାହା ଆଗକୁ ସ୍ପଷ୍ଟ ହୋଇଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com