ଓଡ଼ିଶାସ୍ୱାସ୍ଥ୍ୟ

ରାସ୍ତା କଡ଼ରେ ସରକାରୀ ଔଷଧ।

ଭୁବନେଶ୍ୱର ,ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ–ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିଲୋମିଟର ଦୂରରେ,ରାସ୍ତା କଡ଼ରେ ପଡ଼ିଛି ମେଞ୍ଚା ମେଞ୍ଚା ଔଷଧ ।

ଫୋପଡ଼ା ଯାଇଥିବା ଔଷଧ ଭିତରେ ରହିଛି ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ । ଏହି ସବୁ ଔଷଧ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା ।

ରୋଗୀଙ୍କୁ ନ ଦେଇ କାହିଁକି ଓ କିଏ ଫିଙ୍ଗିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ମେଡିସିନରେ ଲେଖା ରହିଛି ।

ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ,  ଔଷଧ କାହିଁକି ଫିଙ୍ଗିଦିଆଗଲା ଓ କେଉଁଠୁ ଔଷଧ ଆସିଲା ତାକୁ ନେଇ ପ୍ରଶ୍ନବାଚୀ….

ଔଷଧର ଅବଧି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଥିଲେ ବି ଏହାକୁ ଫୋପାଡ଼ି ଦିଆଯାଇଛି ।

Related Articles

Back to top button