
ଭୁବନେଶ୍ୱର ,ପୋଲିସ ଏସଆଇ ସ୍କାମରେ ପୁଣି ଜଣେ SSB ଯବାନଙ୍କ ଲିଙ୍କ ଜଣାପଡିଥିଲା । ଆଗରୁ ଏହି ମାମଲାରେ ଗିରଫ ହୋଇଥିଲେ ଏସଏସବି ଯବାନ ବିଶ୍ବରଞ୍ଜନ ବେହେରା । ଆଉ ଏବେ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନ ଯବାନ ଅର୍ଜୁନ ନାଏକଙ୍କୁ ବାନ୍ଧିଛି ସିବିଆଇ ।ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ଆଜିଠୁ ୨ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ । ସେପଟେ ବିହାରରୁ ଗିରଫ ଅଭିଯୁକ୍ତ ନୀତୀଶ କୁମାରକୁ ଗତକାଲି ଭୁବନେଶ୍ବର କୋର୍ଟରେ ହାଜର କରିବା ପରେ ୨ ଦିନ ରିମାଣ୍ଡରେ ନେଇଛି CBI । ଏହା ସହ ମାମଲାରେ ସାମ୍ନାକୁ ଆସିଛି ଆନ୍ତଃରାଜ୍ୟ ଲିଙ୍କ ।୨ ଦିନର ଜେରା ପରେ ଅର୍ଜ୍ଜୁନ ନାଏକଙ୍କ ସହ ନିମାଇଁ ଚରଣ ସାହୁଙ୍କୁ ଗିରଫ କରିଥିଲା ସିବିଆଇ । ଏହି ଦୁଇ ଜଣ ପୂର୍ବରୁ ଗିରଫ ବିରଞ୍ଚି କୁମାର ନାଏକଙ୍କ ସହଯୋଗୀ ଥିଲେ । ତେବେ ଅର୍ଜୁନ ଙ୍କ ଗିରଫଦାରୀ ପରେ,ପୁଣିଥରେ ସାମ୍ନାକୁ ଆସିଛି ପାୱାର କରିଡରରେ ରହି କେମିତି ହେଉଥିଲା ସ୍କାମ । SSB ଯବାନ ଭାବେ ଅର୍ଜୁନ କରୁଥିଲା, ନବୀନ ନିବାସରେ ଡ୍ୟୁଟି । ଆଉ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଦେଉଥିଲା ବଡ ଭରସା ।ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତିଙ୍କ ଚେର ବିହାର ଯାଏଁ ଲମ୍ବିଥିବା ପ୍ରମାଣ ମିଳିଛି । ଯେଉଁଥି ପାଇଁ ସିବିଆଇର ଏକ ଟେକ୍ନିକାଲ ଟିମ ବିହାରରୁ ଅଭିଯୁକ୍ତକୁ ଧରିବା ପାଇଁ ଲାଗିପଡିଥିଲେ । CBI ରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ଶହେ ଟପିଯାଇପାରେ ।




