ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ବିଶ୍ୱର ସବୁଠାରୁ ଲମ୍ବା ଏବଂ ସବୁଠାରୁ ଶକ୍ତିଶାଳୀ ହାଇଡ୍ରୋଜେନ୍ ଟ୍ରେନ୍

ଭୁବନେଶ୍ୱର ,କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ,ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ଯେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସେଟ୍ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି।ରେଳମନ୍ତ୍ରୀ କହିଛନ୍ତି, ଏହି ହାଇଡ୍ରୋଜେନ୍ ଟ୍ରେନ୍ ସେଟ୍, ସବୁଠାରୁ ଲମ୍ବା ଏବଂ ସବୁଠାରୁ ଶକ୍ତିଶାଳୀ ହାଇଡ୍ରୋଜେନ୍ ଟ୍ରେନ୍ ସେଟ୍।  ଏହି ଟ୍ରେନ୍ ସେଟ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବରେ, ଡିଜାଇନ୍ ଏବଂ ବିକଶିତ କରାଯାଇଛି, ଯାହା ଏକ ଆତ୍ମନିର୍ଭରଶୀଳ ଭାରତ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ।

ଗବେଷଣା, ଡିଜାଇନ୍ ଏବଂ ମାନକ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଟ୍ରେନ୍ ସେଟ୍ ବିକଶିତ କରାଯାଇଛି। ଟ୍ରେନ୍ ପରିଚାଳନା ପାଇଁ ଆବଶ୍ୟକ, ହାଇଡ୍ରୋଜେନ୍ ଯୋଗାଣ ପାଇଁ ହରିୟାଣାର ଜିନ୍ଦରେ ଏକ ଇଲେକ୍ଟ୍ରୋଲିସିସ୍-ଆଧାରିତ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି।ହାଇଡ୍ରୋଜେନ୍ ଟ୍ରେନ୍ ସେଟ୍‌ରେ ଆଠଟି ଯାତ୍ରୀବାହୀ କୋଚ୍ ରହିଛି। ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ସେଟ୍ ସମ୍ପୂର୍ଣ୍ଣ ଜିରୋ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ଉତ୍ପାଦନ କରେ, ଏହାର ଏକମାତ୍ର ନିର୍ଗମନ ହେଉଛି ଜଳ ବାଷ୍ପ।ରେଳମନ୍ତ୍ରୀଙ୍କ ଅନୁଯାୟୀ, ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସେଟ୍ ହେଉଛି ବିଶ୍ୱର ସବୁଠାରୁ ଲମ୍ବାଏବଂ ସବୁଠାରୁ ଶକ୍ତିଶାଳୀ ବ୍ରଡ୍ ଗଜ୍ ହାଇଡ୍ରୋଜେନ୍ ଟ୍ରେନ୍ ସେଟ୍।

Related Articles

Back to top button