ଜୀବନଶୈଳୀସ୍ୱାସ୍ଥ୍ୟ

ଗାଜା ଇସ୍ରାଏଲ ଦୁଇ ଦେଶ ଭିତରେ ଯୁଦ୍ଧ ପରିସ୍ଥିତି।

ଭୁବନେଶ୍ୱର ,ଗାଜାରେ ଥିବାହମାସ ଆତଙ୍କୀ ପ୍ରଥମେ ଆକ୍ରମଣ କରିବା ପରେ,  ଯୁଦ୍ଧ ଆରମ୍ଭ ହୋଇଥିଲା, ଯାହାକି ବନ୍ଦ ହେବାର ନାଁ ଧରୁନି। ଇସ୍ରାଏଲ ଦେଶରେ ଚାଲିଥିବା ଏକ Music festival ସମୟରେ, ହଠାତ କିଛି ହମାସ ଆତଙ୍କୀ  ଇସ୍ରାଏଲ ଦେଶ ଭିତରକୁ ପଶି,ଆକ୍ରମଣ କରିଥିଲେ।ଏଠାରୁ ସେମାନେ 251 ଜଣ ଇସ୍ରାଏଲ ବାସିନ୍ଦାଙ୍କୁ ପଣବନ୍ଦୀ କରି ନେଇଯାଇଥିଲେ।  ସେଠାରେ ଇସ୍ରାଏଲ ର ଶତାଧିକ ଲୋକଙ୍କ ମୃତ୍ଯୁ ମଧ୍ୟ ହୋଇଥିଲା।ଏହାପରେ ଆରମ୍ଭ ହୋଇଥିଲା ଦୁଇ ଦେଶ ଭିତରେ ଯୁଦ୍ଧ। ଇସ୍ରାଏଲ ଦେଶର ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଲଗାତାର ଆକ୍ରମଣ କରିବାକୁ ଆରମ୍ଭ କରିଥିଲା। ୨୪ଘଣ୍ଟାରେ ଗାଜା ଉପରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ ସେନା।ଏଥିରେ ବହୁତ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି। ଗୋଟିଏ ପଟେ ଦୂୀର୍ଘ ଦିନର ଯୁଦ୍ଧ ପରେ ଗାଜା ପ୍ରାୟ ଛାରଖାର ହୋଇଯାଇଥିବା ବେଳେ ଏବେ ବି ଦୁଇ ଦେଶ ଭିତରେ ଲଢେଇ ଲାଗିଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଅନେକ ଥର ହସ୍ତକ୍ଷେପ କରିଛନ୍ତି, ଏହାସତ୍ତ୍ବେ ମଧ୍ୟ ଯୁଦ୍ଧ ବନ୍ଦ ହେବାର ନା ଧରୁନି। ଏପରିକି ପୁଣି ଇସ୍ରାଏଲ ଗାଜାରେ ଲଗାତାର ଡ୍ରୋନ ମାଡ କରିବା ପରେ ଏହା ପ୍ରାୟ ଧ୍ବଂସ ହୋଇଯାଇଛି।

Related Articles

Back to top button