
ଭୁବନେଶ୍ୱର ,ଅଦରକାରୀ ଫୋନ୍ ଆପଣଙ୍କ ଘରକୁ ସୁରକ୍ଷା ଦେଇପାରେ।ସ୍ମାର୍ଟଫୋନ୍ ପୁରୁଣା ହୋଇଗଲେ, କେହି କମ୍ ଦାମ୍ରେ ବିକି ଦିଅନ୍ତି ତ ଆଉ କାହାର ପଡ଼ି ରହିଥାଏ। ଆପଣ ଏହି ଟ୍ରିକ୍ସ ଜାଣିଦେବା ପରେ ଆଉ ଏମିତି କରିବେ ନାହିଁ, କାରଣ ଏହି ଅଦରକାରୀ ଫୋନ୍ ଆପଣଙ୍କ ଘରକୁ ସୁରକ୍ଷା ଦେଇପାରେ।ପୁରୁଣା ସ୍ମାର୍ଟଫୋନ୍ରୁ ହେବ ସିସିଟିଭି କ୍ୟାମେରା। ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ନିଜେ ଘରେ ତିଆରି କରିପାରିବେ ଏମିତି ସିକ୍ୟୁରିଟି କ୍ୟାମେରା।ଆପଣଙ୍କର ପୁରୁଣା ସହିତ ଏବଂ ନୂଆ ଫୋନରେ, ଯେଉଁଥିରେ ଆପଣ ଭିଡିଓ ଦେଖିପାରୁଥିବେ Google Play Store କିମ୍ବା Apple App Store ରୁ ଏକ ଭରସାଯୋଗ୍ୟ ସିକ୍ୟୁରିଟି କ୍ୟାମେରା ଆପ୍ ଡାଉନଲୋଡ୍ କରନ୍ତୁ।ଏହାପରେ ଭିଡିଓର ପ୍ରିଭ୍ୟୁ ପାଇଁ ପ୍ଲେ ଷ୍ଟୋରରୁ ‘AtHome’ କିମ୍ବା ”WardenCam’ ଭଳି ଆପ୍ ଡାଉନଲୋଡ୍ କରନ୍ତୁ। ତେବେ ମନେରଖନ୍ତୁ ଯେ ଏଭଳି ଆପ୍ ବାଛନ୍ତୁ, ଯେଉଁଥିରେ ଲାଇଭ୍ ଷ୍ଟ୍ରିମିଂ, ମୋସନ୍ ଡିଟେକ୍ସନ୍ ଭଳି ଫିଚର ଥିବ।ଆପ୍ ଇନଷ୍ଟଲ୍ ହେବା ପରେ, ଉଭୟ ଫୋନ୍ରେ ଗୋଟିଏ ଇମେଲ୍ ଆଇଡି କିମ୍ବା ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ। ଏହା ଦ୍ୱାରା ଦୁଇଟି ଡିଭାଇସ୍ ସହଜରେ କନେକ୍ଟ ହୋଇଯିବ। ଏହି ଆପ୍ ଆପଣଙ୍କୁ ଦୁଇଟି ଅପସନ୍ ଦେବ: କ୍ୟାମେରା ଏବଂ ଭିୟୁଅର୍। ଏଠାରେ ଆପଣ ପୁରୁଣା ଫୋନକୁ ‘କ୍ୟାମେରା’ ମୋଡ୍ରେ ଆଉ ନୂଆ ଫୋନକୁ ‘ ଭିୟୁଅର୍’ ମୋଡ୍ରେ ସେଟ୍ କରିବେ। ଏହାପରେ, ଦୁଇଟିଯାକ ଫୋନ୍କୁ ପେୟାର କରିବାକୁ ପଡିବ ଆଉ ଏନେଇ ସ୍କ୍ରିନ୍ରେ ଆସୁଥିବା ନିର୍ଦ୍ଦେଶକୁ ଫଲୋ କରିବାକୁ ହେବ।




