ମେସିଙ୍କ ସହ ହାତ ମିଶାଇବାକୁ ୧ କୋଟି

ଭୁବନେଶ୍ୱର ,ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍ ଲିଓନେଲ୍ ମେସି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ, ନିଜ ଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବରୁ ମେସି କୋଲକାତା, ହାଇଦ୍ରାବାଦ ଏବଂ ମୁମ୍ବାଇରେ ହୋଇଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ତାଙ୍କ ଫେବରେଟ୍ ଫୁଟବଲ ମେସି ଆସୁଥିବାରୁ ତାଙ୍କୁ ଦେଖିବାକୁ ଉତ୍ସାହିତ ଅଛନ୍ତି ଫ୍ୟାନ। ମେସିଙ୍କ ସହ ଥରେ ହାତ ମିଶାଇବାକୁ କିଛି ଫ୍ୟାନ ୧ କୋଟି ଦେବାକୁ ମଧ୍ୟ ରାଜି ହୋଇଛନ୍ତି।
ବିଶ୍ୱକପ୍ ବିଜୟୀ ଆର୍ଜେଣ୍ଟିନା ତାରକା ମେସି ବିମାନବନ୍ଦରରୁ ସିଧାସଳଖ ଲୀଲା ପ୍ୟାଲେସ୍ ହୋଟେଲକୁ ଯାଇଥିଲେ। ଆଉ ସେଠାରେ, ସେ ପ୍ରାୟ ଏକ ଘଣ୍ଟା ପାଇଁ କିଛି ଚୟନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ ଏବଂ ଅଭିବାଦନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ହେଲେ ଏକ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଲିଓନେଲ୍ ମେସିଙ୍କୁ ଭେଟିବା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି।ଯେତେବେଳେ GOAT ଇଣ୍ଡିଆ ଟୁରର ଆୟୋଜକମାନେ ମେସିଙ୍କ ସହିତ ଗୋଟିଏ ଫଟୋଗ୍ରାଫିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଘୋଷଣା କରିଥିଲେ।


