କ୍ରୀଡ଼ା

ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ୨ଟି ମ୍ୟାଚରୁ ଓହରିଲେ ବିରାଟ କୋହଲି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିସିସିଆଇ ସୂଚନା ଦେଇଛି । ଏନେଇ ବିସିସିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିନେଇଥିବା ସୂଚନା ଦିଆଯାଇଛି ।

ବିସିସିଆଇ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବାର୍ତ୍ତାରେ କୁହାଯାଇଛି କି, ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିରାଟ କୋହଲି ଟିମର କ୍ୟପଟେନ ରୋହିତ ଶର୍ମା ଓ ମ୍ୟାନେଜମେଣ୍ଟ ସମେତ ଚୟନ କମିଟି ସହ କଥା ହୋଇଛନ୍ତି । ସେ କହିଛନ୍ତି କି, ଦେଶ ପାଇଁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ସର୍ବୋଚ୍ଚ କାର୍ଯ୍ୟ, ହେଲେ କିଛି ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com