ଧନୁ ସଂକ୍ରାନ୍ତିରେ ଖସିଲା ସୁନା ରେଟ୍।

ଭୁବନେଶ୍ୱର ,ଆଜି ଭାରତୀୟ ବଜାରରେ, ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୨ ହଜାର ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୩୩ ହଜାର ୮୬୦ ଟଙ୍କା ରହିଛି । ଗତକାଲି ଅର୍ଥାତ ସୋମବାର ଅପେକ୍ଷା ମଙ୍ଗଳବାର ଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୨୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୦୧୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର କମିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୩,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୦,୭୩୦ ଟଙ୍କା ରହିଛି। ଏଠାରେ ଦର ୨୨ ଓ ୨୪ କ୍ୟାରେଟ୍ ପିଛା ୧୬୫୦ ଓ ୧୮୦୦ ଟଙ୍କା ହ୍ରାସ ହୋଇଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୨୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୩୩,୮୬୦ ଟଙ୍କା ରହିଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୨୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୮୬୦ ଟଙ୍କା ରହିଛି।ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୮୬୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୧,୦୦,୩୯୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୧୪୦୦,୧୫୨୦ ଓ ୧୧୫୦ ଟଙ୍କା ହ୍ରାସ ହୋଇଛି।ଏବଂ ରୂପା କେଜି ପିଛା ୪୦୦୦ ଟଙ୍କା ଖସି ଦର ୨,୧୧,୦୦୦ ରେ ପହଞ୍ଚିଛି। କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୨୨,୭୦୦ ଓ ୧,୩୩,୮୬୦ ଟଙ୍କା ରହିଛି।




