
ଭୁବନେଶ୍ୱର, ଧ୍ୟାନ ହେଉଛି ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ।
ଧ୍ୟାନ କଲେ ମନୁଷ୍ୟ ଆତ୍ମ ଜ୍ଞାନ ଲାଭ କରେ ।
ଧ୍ୟାନ ହେଉଛି ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ।
ତେଣୁ ଧ୍ୟାନ ପ୍ରତି ଘରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର, ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।
ନିଜ ଭିତରେ ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ ।
ତେଣୁ ମିଳିତ ଜାତିସଂଘର ଏକ ସାଧାରଣ ସଭାରେ ଡିସେମ୍ବର ୨୧କୁ ଧ୍ୟାନ ଦିବସ ଭାବେ, ଘୋଷଣା କରାଯାଇଥିଲା ।




