ରାଜନୀତିଶିକ୍ଷା

ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର, ଏସଇବିସି ସମ୍ପ୍ରଦାୟର ପରୀକ୍ଷାର୍ଥୀଙ୍କୁ, କେନ୍ଦ୍ର ସରକାରୀ ଚାକିରି ଏବଂ ଶିକ୍ଷାରେ ସଂରକ୍ଷଣ ସୁବିଧା ନ ମିଳିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ….ରାଜ୍ୟ ଏବଂ କେନ୍ଦ୍ରୀୟ ଢାଞ୍ଚା ମଧ୍ୟରେ ସମାନତା କରିବା ପାଇଁ, ସମ୍ପ୍ରଦାୟଗୁଡ଼ିକୁ ଓବିସି ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର, ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କୁ ,ଚିଠିରେ ଉଲ୍ଲେଖ କରିଛନ୍ତି ।

ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି , ଓଡିଶା ସରକାରଙ୍କ ଦ୍ୱାରା ସାମାଜିକ ଏବଂ ଶିକ୍ଷାଗତ ଭାବରେ ପଛୁଆ ବର୍ଗ (SEBC) ର ରାଜ୍ୟ ତାଲିକାରେ ପୂର୍ବରୁ ସ୍ୱୀକୃତିପ୍ରାପ୍ତ ଅନେକ ସମ୍ପ୍ରଦାୟ ଏପର୍ଯ୍ୟନ୍ତ କେନ୍ଦ୍ରୀୟ OBC ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି ।

ଏହି ବିଭେଦ ଯୋଗୁଁ  ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ପାଇଁ ପ୍ରଶାସନିକ ସ୍ତରରେ ଅସ୍ପଷ୍ଟତା ସୃଷ୍ଟି ହେଉଛି ।

ବିଶେଷକରି ଯେତେବେଳେ, ସେମାନେ ଅନ୍ୟ ରାଜ୍ୟକୁ ଯାଆନ୍ତି  ଓ କେନ୍ଦ୍ର ସରକାରଙ୍କ ସେବା, ଶିକ୍ଷାନୁଷ୍ଠାନ କିମ୍ବା ନିଯୁକ୍ତି ସୁଯୋଗ ଖୋଜନ୍ତି ସେତେବେଳେ, ଅନେକ ଅସୁବିଧା ସାମ୍ନା କରନ୍ତି ।

ଏପରିକି ସେମାନେ ଜାତୀୟ ସ୍ତରରେ ଉପଲବ୍ଧ ସଂରକ୍ଷଣ ସୁବିଧା ଏବଂ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ, କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବାକୁ ,କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଛନ୍ତି….

Related Articles

Back to top button