
ଭୁବନେଶ୍ୱର ,ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଧାନ ସଂଗ୍ରହ, ମଣ୍ଡି ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
ସନ୍ଧ୍ୟା ସାଢେ ୭ରେ ଲୋକସେବା ଭବନରେ ବସିବ ବୈଠକ ।
ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ରହିବେ ।
ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଖରିଫ୍ ଧାନ ସଂଗ୍ରହ ସମୀକ୍ଷା ହୋଇଛି ।
ରାଜ୍ୟର ୧୧ ଜିଲ୍ଲାରେ ମଣ୍ଡି ଦ୍ବାରା ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ।
ଆଜି ସୁଦ୍ଧା ୯୭ ହଜାର ୯୭୨ ଜଣ ଚାଷୀଙ୍କ ଠାରୁ ୪ ଲକ୍ଷ ୩୯ ହଜାର ୨୯୪ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି।




