Breaking Newsଜାତୀୟ

ବିହାରର ଜମୁଇ ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର ,ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି ବିହାରର ଜମୁଇ ଜିଲ୍ଲାରେ ।ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଅପ୍ ଲାଇନରୁ ମାଲଗାଡ଼ି ବ୍ରିଜ ନିକଟରେ ପହଞ୍ଚିଥିଲା ବେଳେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ୩ଟି ବଗି ନଦୀରେ ଖସିପଡିଥିଲା । ଏହାସହିତ ୬ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ତେବେ ଘଟଣାରେ କେହି ମୃତାହତ ହେବାର ଖବର ଆସିନି। ଟେଲୱା ବଜାର ରେଲଓ୍ବେ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଛି । ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ କିଛି ନଦୀ ତଳକୁ ଖସିଯାଇଛି । ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଖବର ପାଇବା ପରେ ରେଲୱେର ବରିଷ୍ଠ ଅଧିକାରୀ, ଇଂଜିନିୟରିଂ ବିଭାଗ ଏବଂ ଟ୍ରାକ ମେଣ୍ଟେନାନ୍ସ ଏବଂ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ….ରେଳ ପ୍ରଶାସନ ତରଫରୁ ଟ୍ରେନ ରୁଟ୍ ବଦଳାଇବା ପାଇଁ ପଦକ୍ଷେପ ନିଆଯାଇଛି । କ୍ରେନ ସହାୟତାରେ ବଗିଗୁଡିକ ଟ୍ରାକରୁ ହଟାଯାଉଛି । ଯୁଦ୍ଧାକଳୀନ ଭିର୍ତ୍ତିରେ କାମ ଚାଲିଛି ।

Related Articles

Back to top button