ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତି

ଶ୍ରୀନଅରରେ ଆଜି ଅନୁଷ୍ଠିତ ହେବ ପୁଷ୍ୟାଭିଷେକ।

 ଭୁବନେଶ୍ୱର, ପରମ୍ପରା ଅନୁଯାୟୀ, ଆଜି ଶ୍ରୀନଅରରେ , ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହେବ।

ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଆଜି ଅନୁଷ୍ଠିତ ହେବ ପୁଷ୍ୟାଭିଷେକ।

ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହେବେ।

ଷୋଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଏକତ୍ରିତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବେ ।

ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହେବା ପରେ ପରଂପରା ଅନୁଯାୟୀ ଆଜି ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହେବ।

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ।

ଶ୍ରୀନଅରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରିତ କରାଯିବା ସହ ରାଜ୍ୟର ମଙ୍ଗଳ କାମନା କରାଯାଇଥାଏ।

Related Articles

Back to top button