
ଭୁବନେଶ୍ୱର, IRCTC ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ ପଡିବ । ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି ତେବେ, ନୂତନ ନିୟମ ଅନୁସାରେ ଆସନ୍ତା ୧୨ ଜାନୁଆରୀରୁ ଟ୍ରେନ ଟିକେଟ ବୁକିଂର ପ୍ରଥମ ଦିନରେ ଟିକେଟ ବୁକିଂ କରିପାରିବେ ନାହିଁ । ଟିକେଟ ବୁକିଂ ଠକେଇକୁ ରୋକିବା ପାଇଁ ଆଇଆରସିଟିସି କଡା ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଯେଉଁ ଉପଭୋକ୍ତାମାନଙ୍କର ଆଧାର ଆକାଉଣ୍ଟ ସହିତ ଲିଙ୍କ ହୋଇନାହିଁ ସେମାନେ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଟିକେଟ ବୁକ୍ କରିପାରିବେ ନାହିଁ । ନୂତନ ନିୟମ କେବଳ ପ୍ରଥମ ଦିନ ସଂରକ୍ଷିତ ଟ୍ରେନ ଟିକେଟ ବୁକିଂ ଖୋଲିବା ସମୟରେ ଲାଗୁ ହେବ । IRCTC ଏହି ନିୟମଗୁଡିକୁ, ଅନେକ ପର୍ଯ୍ୟାୟରେ ଲାଗୁ କରିଛି । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୯ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ୫ ଜାନୁଆରୀ ୨୦୨୬ରେ ଆରମ୍ଭ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ଜାନୁଆରୀ ୧୨ ତାରିଖରୁ କାର୍ଯ୍ୟକାରୀ ହେବ ।




