ଅନ୍ତର୍ଜାତୀୟକ୍ରୀଡ଼ା

ବିସିସିଆଇ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ବିବାଦ

ଭୁବନେଶ୍ୱର ,ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବେଳେ ,ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ। ଏଥିପାଇଁ କାର୍ଯ୍ୟସୂଚୀ ଓ ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି। ଏଣୁ ଭାରତରେ ନଖେଳିବା ସଂପର୍କିତ ନିଜର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିବିକୁ ଅନୁରୋଧ କରିଛି ଆଇସିସି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବାଂଲାଦେଶ କ୍ରିକେଟ ବୋର୍ଡମଧ୍ୟରେ ବିବାଦ ବଢିବାରେ ଲାଗିଛି। ବିସିବି ପ୍ରତିକ୍ରୀୟାଶୀଳ ହୋଇ ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ବକପରେ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ବାଂଲାଦେଶର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ,କୁ ଲିଖିତ ଭାବେ ବିସିବି ଜଣାଇଛି। ବିସିବିର ଏହି ଅନୁରୋଧ ପରେ ଆଇସିସି ଅକଳରେ ପଡ଼ିଯାଇଛି।ଅନ୍ୟପକ୍ଷରେ ଆଇସିସିର ଏକ ପ୍ରତିନିଧୂ ଦଳ ବିସିବିକୁ ଭେଟିବା ସ‌ହ ଟି୨୦ ବିଶ୍ୱକପ ଖେଳିବା ନେଇ ଭାରତ ଆସିବା ଉପରେ ଆଲୋଚନା କରିବାକୁ ଆଇସିସି ପକ୍ଷରୁ ନିଷ୍ପଭି ହୋଇଛି। କ୍ରିକ୍ ଇନ୍‌ଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ନ ଖେଳିବାକୁ ବିସିବିର ଆନୁଷ୍ଠାନିକ ଅନୁରୋଧ ମିଳିବା ପରେ ଆଇସିସି ପକ୍ଷରୁ ଦୁବାଇ ଓ ମୁମ୍ବାଇରେ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା ଏହା ସହିତ ଆଇସିସି ଉଭୟ ବିସିସିଆଇ ଓ ବିସିବି ସହ ଯୋଗାଯୋଗରେ ଅଛି ।

Related Articles

Back to top button