
ଭୁବନେଶ୍ୱର, ରାଜ୍ୟ ସରକାର ଚଳିତ ମାସରେ, ପ୍ରାୟ ୧୦ଲକ୍ଷ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ବଣ୍ଟନ କରିବାକୁ, ଯୋଜନା ପ୍ରସ୍ତୁତ କରୁଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଅନ୍ୟାନ୍ୟ ରାଜ୍ୟରେ ପକ୍କାଘର ବଣ୍ଟନ କରାଯିବାକୁ ଥିବାବେଳେ ରାଜ୍ୟରେ ପକ୍କା ଘର ବାଣ୍ଟିବେ ସରକାର। ପ୍ରଧାନମନ୍ତ୍ରୀ ଆବାସ ପାଇଁ ୩୭ ଲକ୍ଷ ହିତାଧିକାରୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି।
ଯାଞ୍ଚ ପରେ ୩୪ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ପାଇଁ, ମନୋନୀତ ହୋଇଛନ୍ତି। ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବେ ସରକାର ….ପର୍ଯ୍ୟାୟରେ ୧୦ଲକ୍ଷ ପକ୍କାଘର ଗରିବ ଲୋକଙ୍କୁ ବଣ୍ଟନ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୨୨ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ।




