କ୍ରୀଡ଼ାଜାତୀୟ

ମହିଳା ପ୍ରିମିୟର ଲିଗ୍‌ ଚତୁର୍ଥ ସଂସ୍କରଣ-୨୦୨୬ ଆରମ୍ଭ

 ଭୁବନେଶ୍ୱର ,ଚତୁର୍ଥ ସଂସ୍କରଣ-୨୦୨୬ ମହିଳା ପ୍ରିମିୟର ଲିଗ୍‌ଆରମ୍ଭ ହୋଇଛି। ଶୁକ୍ରବାର ନବି ମୁମ୍ବଇର ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମୁମ୍ବଇ ଇଣ୍ଡିଆନ୍‌ସ ସଞ୍ଜୀବନ ସଞ୍ଜନାଙ୍କ ୪୫ରନ ବଳରେ ୧୫୪ରନ କରିଥିଲା। ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାଦିନ ଡି କ୍ଲାର୍କଙ୍କ ଅପରାଜିତ ୬୩ରନ ବଳରେ ୭ ୱିକେଟରେ ୧୫୭ ରନ୍‌ କରି ଶେଷ ବଲରେ ବିଜୟ ହାସଲ କରିଥିଲା।ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୫୫ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନିୟମିତ ୱିକେଟ ହରାଇଥିଲା। ଦଳ ୬୫ରନ ମଧ୍ୟରେ ୫ଟି ୱିକେଟ ହରାଇଥିଲା। ଗ୍ରେସ ହାରିସ ୨୫, ଅଧିନାୟିକା ସ୍ମୃତି ମାନ୍ଧାନା ୧୮, ଦୟାଲିନ ହେମଲତା ୭, ରିଚା ଘୋଷ ୬ ଓ ରାଧା ଯାଦବ ୧ରନ କରିଥିଲେ। ଆମେଲି କେର୍‌ ୪ରନ କରି ଆଉଟ୍‌ ହୋଇଥିଲେ। ଦଳ ୧୦ ଓଭରରେ ୪ ୱିକେଟ ହରାଇ ୬୭ରନ କରିଥିଲା। ନାଟ୍‌ ସ୍କିଭର ବ୍ରଣ୍ଟ ୪, ଗୁନାଲାନ କମଳିନି ୩୨ ଓ ହରମନପ୍ରୀତ କୌର ୨୦ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ନିକୋଲା କେରି ଓ ସଞ୍ଜୀବନ ସଞ୍ଜନା ୮୨ରନ ସଂଗ୍ରହ କରିଥିଲେ। ସ୍କୋର ୧୪୯ରନ ଥିବାବେଳେ ସଞ୍ଜନା ୪୫ରନ କରି ଆଉଟ୍‌ ହୋଇଥିଲେ। ଦଳ କେରିଙ୍କ ୪୦ରନ ବଳରେ ୬ ୱିକେଟରେ ୧୫୪ରନ କରିବାକୁ ସକ୍ଷମ ହୋଇଥିଲା।    ଉଦ୍‌ଘାଟନୀ ଉତ୍ସବରେ ଖ୍ୟାତନାମା ଗାୟକ ଓ ସଙ୍ଗୀତ ନିର୍ଦେଶକ ୟୋ ୟୋ ହନି ସିଂହ ଓ ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ ସଙ୍ଗୀତ ଦର୍ଶକଙ୍କ ମନୋରଞ୍ଜନ କରିଥିଲା। ପ୍ରତିଯୋଗିତାରେ ୫ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫେବୃଆରୀ ୫ରେ ବରୋଦାରେ ଫାଇନାଲ ଖେଳାଯିବ।

Related Articles

Back to top button