ଅନ୍ତର୍ଜାତୀୟବାଣିଜ୍ୟ

ମିସ୍ କଲରୁ ଜାଣନ୍ତୁ ସୁନା ମୂଲ୍ୟ

ଭୁବନେଶ୍ୱର,ଆଜି ଭୁବନେଶ୍ୱରରେ, ୨୪ କ୍ୟାରେଟ ସୁନା ଦର ୧,୪୦,୪୬୦ ଥିବା ବେଳେ, ୨୨ କ୍ୟାରେଟ ସୁନା ଦର ୧,୨୮,୭୫୦ ଟଙ୍କା ରହିଛି ।ଗୋଟିଏ ସପ୍ତାହ ମଧ୍ୟରେ, ୨୪ କ୍ୟାରେଟ୍ ସୁନା ୪,୬୪୦ ବୃଦ୍ଧି ପାଇଛି। ଏହି ସମୟରେ, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪,୨୫୦ ବୃଦ୍ଧି ପାଇଛି। ବର୍ତ୍ତମାନର ମୂଲ୍ୟକୁ ଦେଖିଲେ, ଜାନୁଆରୀ ୧୧,୨୦୨୬ରେ, ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧୪୦,୬୧୦ ରେ କାରବାର ହେଉଛି।ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧୪୦,୬୧୦ ଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧୨୮,୯୦୦ ଟଙ୍କା ରହିଛି ।୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ । ୨୪ କ୍ୟାରେଟ୍ ସୁନାରେ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ । ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି ।ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।

Related Articles

Back to top button