ଅନ୍ତର୍ଜାତୀୟମନୋରଞ୍ଜନ

କିଏ ବିଲେଇ ତ କିଏ କୁକୁରକୁ ନେଇ ଏୟାରବେସ୍ ରେ ପହଞ୍ଚୁଛନ୍ତି ଲୋକେ, କହିଲେ- ଯୁଦ୍ଧରେ ଏମାନଙ୍କୁ କେଉଁଠି ଛାଡ଼ିବୁ…

ନୂଆଦିଲ୍ଲୀ : ୟୁକ୍ରେନରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଭାରତ ସରକାର ଯେକୌଣସି ପ୍ରକାରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ୟୁକ୍ରେନରୁ ଯେତେବେଳେ ଏକ ବିମାନ ଆସି ହିଣ୍ଡନ୍ ଏୟାରବେସ୍ ରେ ପହଞ୍ଚିଥିଲା ସେ ସମୟରେ ବିମାନରୁ ଜଣେ ଯୁବକ ଏକ ବିଲେଇ କୁ ନେଇ ପହଞ୍ଚିଥବଲେ । ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଲେଇ ବ୍ୟତୀତ ଅନ୍ୟ ଜଣେ ଯୁବକ ନିଜ ସହିତ ଏକ କୁକୁରକୁ ନେଇ ପହଞ୍ଚିଥିଲେ ।
ହିଣ୍ଡନ୍ ଏୟାରବେସ୍ ରେ ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ନାମ ହେଉଛି ଗୌତମ । ସେ କହିଛନ୍ତି ଯେ, ଏହା ହେଉଛି ତାଙ୍କର ପାଳିତ ବିଲେଇ । ତାକୁ ସେ ୪ ମାସ ହେଲା ନିଜ ପାଖରେ ରଖିଛନ୍ତି । ୟୁକ୍ରେନରେ ଯେତେବେଳେ ସ୍ଥିତି ବିଗିଡ଼ିବାକୁ ଲାଗିଥିଲା ସେ ବଙ୍କର୍ ରେ ରହିଥିଲେ । ସେ ସମୟରେ ବିଲେଇକୁ ବି ନିଜ ସହିତ ରଖିଥିଲେ । ବିଲେଇ ସହିତ ହିଁ ପୋଲାଣ୍ଡ ରେ ପହଞ୍ଚିଥିଲେ । ବିଲେଇକୁ ଧରି ସେ ନିଜ ଦେଶକୁ ଯାତ୍ରା କରିଛନ୍ତି ।
ଅନ୍ୟପଟେ ୟୁକ୍ରେନରୁ ନିଜ ଦେଶକୁ ଫେରିଥିବା ଜାହିଦ୍ ନିଜ ସହିତ କୁକୁରକୁ ନେଇ ହିଣ୍ଡନ ଏୟାରବେସ୍ ରେ ପହଞ୍ଚିଥିଲେ । ଜାହିଦ୍ କହିଛନ୍ତି ଯେ, କୁକୁରଟି ତାଙ୍କର ସାଙ୍ଗର ହୋଇଥିବା ସେ କହିଛନ୍ତି । କୁକୁରଟିକୁ ସେ ୟୁକ୍ରେନରେ ଛାଡ଼ି ଆସିପାରିବେ ନାହିଁ । ସେ କହିଛନ୍ତି ଯେ, ୟୁକ୍ରେନରେ ଅନେକ ଲୋକ ପାଳିତ ପଶୁ ମାନଙ୍କୁ ସେଠାରେ ଛାଡ଼ି ଚାଲିଆସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com