ଜୀବନଶୈଳୀଶିକ୍ଷା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ନିଷ୍ପତ୍ତି।

ଭୁବନେଶ୍ୱର,ରାଜ୍ୟ ସରକାର ନେଇଛନ୍ତି ,ବଡ଼ ନିଷ୍ପତ୍ତି।ସବୁ ଡିଇଓ ଏବଂ ବିଇଓଙ୍କୁ ଚିଠି କରିଛି, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି। ସବୁ ଜିଲ୍ଲା ଓ ବ୍ଲକ୍  ଶିକ୍ଷାଧିକାରୀଙ୍କୁ ହୋଇଛି ଚିଠି। ଚିଠିରେ ଉଲ୍ଲେଖ ରହିଛି, ଯଦି କୌଣସି ପିଲା ୭ ଦିନ ସ୍କୁଲ ବନ୍ଦ କରନ୍ତି, ତା ହେଲେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷକ ସଂପୃକ୍ତ ଛାତ୍ର ଅବା ଛାତ୍ରୀଙ୍କ ଘରେ ପହଞ୍ଚିବେ।ଆଉ କୋରାପୁଟ ନାରାୟଣପାଟଣା ଚମ୍ପିକୋଟା ସାହିର ସୁରେନ୍ଦ୍ର ସିରିକା। ଆର୍ଥିକ ସମସ୍ୟା ପାଇଁ ଅଷ୍ଟମରୁ ପାଠ ଛାଡି ରୋଜଗାରରେ ଲାଗି ଗଲେ। ଯଦିଓ ଏବେ ପୁଣି ଥରେ ପଢିବାକୁ ସୁଯୋଗ ପାଇଛନ୍ତି। କିନ୍ତୁ ଆଗକୁ ଏମିତି କଷ୍ଟ ଯେମିତି କୌଣସି ପିଲା ନ ପାଉ, ସେଥିପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସୃଷ୍ଟି ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି  ବଡ଼ ନିଷ୍ପତ୍ତି।ରାଜ୍ୟରେ ପ୍ରାଥମିକ ସ୍ତରରେ ଡ୍ରପଆଉଟ୍ ଶୂନ ଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୧୨. ୭ ପ୍ରତିଶତ ରହିଛି। ଅବଶ୍ୟ ୨୦୨୨-୨୩ ଶିକ୍ଷାବର୍ଷ ଅପେକ୍ଷା ୨୦୨୩-୨୪ରେ ପ୍ରାୟ ୫ ପ୍ରତିଶତ କମିଛି ଡ୍ରପଆଉଟ ହାର।ତେଣୁ ଏହାକୁ ଠିକ୍ ରୂପେ କାର୍ଯ୍ୟକାରୀ କରାଗଲେ,ଏହି ସମସ୍ୟାକୁ ସଂପୂର୍ଣ୍ଣ ରୋକାଯାଇ ପାରିବ ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା।

Related Articles

Back to top button