ଜାତୀୟଶିକ୍ଷା

ଶିକ୍ଷାନୁଷ୍ଠାନରେ ଶୁଭିଲା ବନ୍ଦେ ମାତରମ୍‌।

 ଭୁବନେଶ୍ୱର ,ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଭାବେ ,ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାନ କରିଛନ୍ତି।

ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି।

ଛାତ୍ରଛାତ୍ରୀ ବନ୍ଦେ ମାତରମ୍ ଗାନ କରିବା ସହ, ଆତ୍ମନିର୍ଭର ଭାରତ ସ୍ବଦେଶୀ ସଙ୍କଳ୍ପ ପାଠ କରିଛନ୍ତି।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାମୂହିକ ବନ୍ଦେ ମାତରମ୍ ଗାନ ନିମନ୍ତେ ରାଜ୍ୟବ୍ୟାପୀ ‘ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ କରାଯାଇଥିଲା।

Related Articles

Back to top button