ଓଡ଼ିଶାଦୁର୍ଘଟଣା

ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ

 ଭୁବନେଶ୍ୱର,ପରିବହନ ମନ୍ତ୍ରୀ ବିଭୂତି ଜେନା ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି ।

ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେ ନେଇ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ‘ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ।

ଏକ୍ସପର୍ଟ ଟିମ୍ ସହ ଦୀର୍ଘ ସମୟ ଧରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ଏହାପରେ ହସ୍ପିଟାଲକୁ ଯାଇ, ଆହତଙ୍କୁ ଭେଟି ଆଲୋଚନା କରିଛନ୍ତି।

ବିମାନଟି କେମିତି ଓ କେଉଁ ପରିସ୍ଥିତିରେ ଫୋର୍ସ ଲାଣ୍ଡିଂ କରିଥିଲା, ସେ ନେଇ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ।

ସେପଟେ ଗତକାଲି ଗ୍ରାଉଣ୍ଡକୁ ଯାଇ ସରଜମିନ୍ ତଦନ୍ତ କରିଛି DGCA ଓ AAIB ଟିମ୍।

ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଘଟଣା ସ୍ଥଳକୁ ୩ଟି ଟିମ୍ ଯାଇଛନ୍ତି।

Related Articles

Back to top button