ଓଡ଼ିଶା

ରାଜ୍ୟରେ ପଶ୍ଚିମା ଝଡ଼ ପାଇଁ ଲାଗି ରହିବ ବର୍ଷା , ବିଭିନ୍ନ ଜିଲ୍ଲାକୁ ସତର୍କ ଜାରି କଲା ପାଣିପାଗ ବିଭାଗ

ମାଡ଼ି ଆସୁଛି ପୁଣି ଏକ ପଶ୍ଚିମା ଝଡ଼ । ଆଉ ଏହାର ପ୍ରଭାବରେ ୪ ଦିନ ଧରି ରାଜ୍ୟରେ ଜାରି ରହିଛି ବର୍ଷା ଓ ଘଡ଼ଘଡ଼ି । ଉପାନ୍ତରୁ ଉପକୂଳ ସବୁଠି ଛେଚିବ ବର୍ଷା । ଏପ୍ରିଲ ପହିଲା ଯାଏ ତାଣ୍ଡବ ରଚିବ କାଳ ବୈଶାଖୀ । ଗୋଟିଏ ଝଡ଼ ଦୁର୍ବଳ ନହେଉଣୁ ସକ୍ରିୟ ହେଉଛି ଆଉ ଏକ ପଶ୍ଚିମା ଝଡ଼ । ଯେଉଁଥିପାଇଁ ୪ଦିନ ଧରି ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି ଉତ୍ତର, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏପଟେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩୦ରେ ୧୪ଟି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ପବନ ବହିବ ବୋଲି ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ୩୧ ତାରିଖରେ ଦେଖାଦେବ । ଏଥିପାଇଁ ୩୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com