
ଭୁବନେଶ୍ୱର ,ରୁପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଚାନ୍ଦିର ଦର ବଢିବାର କେତେକ ମୁଖ୍ୟ କାରଣ ରହିଛି। ୨୦୨୬ ଜାନୁଆରୀରେ ଚାନ୍ଦିର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି । ଯୋଗାଣ ଅଭାବ ବିଗତ ୫ ବର୍ଷ ଧରି ଚାନ୍ଦିର ଚାହିଦା ଉତ୍ପାଦନଠାରୁ ଅଧିକ ରହିଛି। ଖଣିରୁ ଉତ୍ପାଦନ କମ୍ ହେଉଛି ଏବଂ ନୂଆ ଖଣି ପ୍ରୋଜେକ୍ଟ କମ୍ ଆସୁଛି। ଚାଇନାର ରପ୍ତାନି ନିୟନ୍ତ୍ରଣ ଯୋଗାଣକୁ ଆହୁରି କମାଇଛି।ଶିଳ୍ପ ଚାହିଦାର ବୃଦ୍ଧି ସୌର ପ୍ୟାନେଲ୍ , ଇଲେକ୍ଟ୍ରିକ୍ ଗାଡ଼ି ଇଲେକ୍ଟ୍ରୋନିକ୍ସ, AI ଡାଟା ସେଣ୍ଟର୍ ଓ ଅନ୍ୟାନ୍ୟ ଟେକ୍ନୋଲୋଜିରେ ଚାନ୍ଦିର ବ୍ୟବହାର ବହୁତ ବଢ଼ିଛି। ଏହି ଚାହିଦା ବର୍ଷ ବର୍ଷ ବଢ଼ୁଛି ଏବଂ ଏହା ଚାନ୍ଦିକୁ ସ୍ଥାୟୀ ଭାବେ ବ୍ୟବହାର କରୁଛି।ନିବେଶକଙ୍କ ଚାହିଦାଚାନ୍ଦି ETF ଓ ଫ୍ୟୁଚର୍ସରେ ନିବେଶ ବଢ଼ୁଛି, ଯାହା ଦରକୁ ଆହୁରି ବଢ଼ାଇଛି।
ବିଶେଷଜ୍ଞମାନଙ୍କ ମୁତାବକ, ୨୦୨୬ରେ ଚାନ୍ଦି ଦର ଆହୁରି ବଢ଼ିପାରେ। କାଲି ଗୋଟିଏ ଦିନରେ, ରୁପା ଦର ୧ କେଜି ପିଛା ୧୨ ହଜାର ଟଙ୍କା ବଢିଥିବା ବେଳେ, ଆଜି ୫୦୦୦ ଟଙ୍କା ବଢିଛି। ଗତ କାଲି ଭୁବନେଶ୍ବରରେ, ୧ କିଲୋଗ୍ରାମ୍ ପିଛା ୨,୮୭,୦୦୦ ଟଙ୍କା ଥିବା ବେଳେ ଆଜି ତାହା ୨,୯୨,୦୦୦ ହଜାର ଟଙ୍କା ହୋଇଛି। ଦିନକୁ ଦିନ ରୁପା ଦର ବଢିବାରେ ଲାଗିଛି।




