ଓଡ଼ିଶା

ମଦ ତିଅରି ବେଳେ ଧରା ପଡ଼ଲେ ସରପଞ୍ଚ ପ୍ରାର୍ଥୀ , ପୂର୍ବରୁ ୨୦୧୨ ଏବଂ ୨୦୧୭ ସରପଞ୍ଚ ଥିଲେ

ଝାରସୁଗୁଡ଼ା : ପୂର୍ବତନ ସରପଞ୍ଚଙ୍କ ସମତେ ୧୧ ଗିରଫ । ବେଆଇନ୍‌ ମଦ ତିଆରି ବେଳେ ହେଲେ ଗିରଫ । ଝାରସୁଗୁଡ଼ା ବେଲପାହାଡ଼ ନିକଟସ୍ଥ ମୋହନପୁର ଗାଁରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ବେଲପାହାଡ଼ ନିକଟସ୍ଥ ମୋହନପୁର ଗ୍ରାମରେ ବେଆଇନ ଦେଶୀ ମଦ ତିଆରି କରୁଥିବା ବେଳେ ପିପିଲିମାଲର ପୂର୍ବତନ ସରପଞ୍ଚ ମାଳତି ଦିଗିଙ୍କ ସମେତ ୧୧ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଏହା ସହ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।
ତେବେ  ଗିରଫ ହିଇଥିବା ମାଳତି ଦିଗି ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପିପିଲିମାଲ ଗ୍ରାମପଞ୍ଚାୟତର ସରପଞ୍ଚ ଥିଲେ। ଜଣେ ଜନ ପ୍ରତିନିଧି ହୋଇ ମଧ୍ୟ ବେଆଇନ ମଦ ତିଆରିରେ ଲିପ୍ତ ଥିବାରୁ ବୁଦ୍ଧିଜିବୀମାନେ ସମାଲୋଚନା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com